ଓଡ଼ିଆରେ ଶିଖନ୍ତୁ Use of Have been to and Gone to a place
English ଶିଖିବାରେ tense କୁ ବହୁତ importance ଦିଆଯାଇଥାଏ | Tense ଶିଖିଲାବେଳେ tense କେତେ ପ୍ରକାରର, ପ୍ରତ୍ୟେକ tense ରେ ବାକ୍ୟ ତିଆରି କରିବାର formula ଇତ୍ୟାଦି ଶିଖାଯାଇଥାଏ | ସେହି basics ସବୁ ଜାଣିଗଲାପରେ ନିଶ୍ଚୟ simple sentence ତିଆରିକରିହେବ |
କିନ୍ତୁ English ରେ advanced level ରେ କଥା କହିବାକୁ ହେଲେ ଆମକୁ କିଛି advanced level ର English ମଧ୍ୟ ଶିଖିବାକୁ ପଡିବ |
ଯଦି କେହି basic tense ଶିଖିଥାଏ ଏବଂ ସେ advanced level English language ଶୁଣେ ତେବେ ସେ କିଛି କ୍ଷେତ୍ରରେ confuse ହୋଇଯିବେ | ସେହି confusion ଦୂର କରିବାପାଇଁ ଏହି topic ଟି useful ହେବ |
2. Have been to or gone to a place
ପ୍ରଥମେ ଏ sentence ସବୁକୁ ଦେଖ
a. Have you ever been to London?
b. I don't see him in office. Has he gone to London?
c. I have been to the USA.
Important Note:
Have/has been to a place - ଗୋଟେ ଜାଗାକୁ ଯାଇକି ସେଠୁ ଫେରି ଆସିଛି |
Gone to a place - ଗୋଟେ ଜାଗାକୁ ଯାଇଛି କିନ୍ତୁ ସେଠୁ ଫେରି ନାହିଁ
ଏବେ ଉପର examples କୁ ବୁଝନ୍ତୁ
a. ଏଠାରେ ଯାହାକୁ ପ୍ରଶ୍ନ ପଚରାଯାଉଛି ସେ ଲୋକ ଏବେ London ରେ ନାହିଁ | ତେଣୁ ଏଠାରେ ପଚରାଯାଉଛି ଯେ 'ତୁମେ କେବେ London ଯାଇକି ଆସିଛନ୍ତି କି?'
b. ଏଠାରେ ଯାହା ବିଷୟରେ କୁହାଯାଇଛି ସେ ସେଯାଗାରେ ନାହାନ୍ତି ଏବଂ ସେ London ଯାଇଥାଇପାରନ୍ତି ଆଶା କରି କୁହାଯାଇଛି ଯେ 'ମୁଁ ତାଙ୍କୁ office ରେ ଦେଖିବାକୁ ପାଉନାହିଁ | ସେ London ଯାଇଛନ୍ତିକି? '
c. ଏ sentence ରେ ମୁଁ ଏବେ USA ରେ ନାହିଁ ଏବଂ କହୁଛି ଯେ 'ମୁଁ USA ଯାଇକିଆସିଅଛି |'
Exercise:
a. He _____ (go) to Dubai but hasn't returned yet.
b. Peter Paris ରୁ India କୁ ଆସିଛନ୍ତି | ଆପଣ ତାଙ୍କୁ ଆଣିବା ପାଇଁ Airport ଯାଇଛନ୍ତି | ତାଙ୍କୁ ଆପଣ India କୁ ସ୍ୱାଗତ ଜଣେଇବେ ଆଉ ପଚାରିବେ କି ସିଏ ଆଗରୁ କେବେ India ଆସିଛନ୍ତି କି | English ରେ କଣ sentence କହିବେ?
c. ଆପଣ London ଯାଇଁଛନ୍ତି ଏବଂ ସେଠାରେ Jenifer ସହ କଥା ହେଉଛନ୍ତି | Jenifer ଆପଣଙ୍କୁ କହୁଛନ୍ତି ଯେ London ଠାରୁ Paris ଭଲ ସହର ଅଟେ ଏବଂ ପଚାରୁଛନ୍ତି ଯେ ତୁମେ କେବେ Paris ଯାଇଛ କି? Jenifer କଣ ପଚାରିବେ English ରେ ଲେଖନ୍ତୁ |
Answers
a. He has gone to Dubai but hasn't returned yet.
b. Hi peter. Welcome to India. Had you ever been in India before? ଏଠାରେ had ଲାଗିଲା କାରଣ past action ବିଷୟରେ ପଚରାଯାଉଛି ଏବଂ ଯେହେତୁ ପ୍ରଶ୍ନ ଟି India ଭିତରେ ପଚରାଯାଉଛି ତେଣୁ to India ନ ଲାଗି in India ଲାଗିଅଛି |
c. Have you ever been to Paris?
0 Comments