Advertisement

ଛେଳି ପାଳନରେ ଉନ୍ନତ ବୋଦା ଚୟନ | Selection of Good Buck for Goat Farming

ଛେଳି ପାଳନରେ ଉନ୍ନତ ବୋଦା ଚୟନ | Selection of Good Buck for Goat Farming ଛେଳି କିଣିବା ସମୟରେ ଛେଳିର ଶରୀର ଦେଖିବାକୁ ପଡିବ । ଛେଳିର ଶରୀର ଚିକ୍କଣ ରହିଥିବ, ଠିକ ଭାବରେ ଚାଲୁଥିବ, ଶରୀର ଓ ବେକ ମୋଟା ଥିବା ସହିତ ଉଚ୍ଚାଳିଆ ମଧ୍ୟ ରହିଥିବା ଦରକାର ଏବଂ ସେ ଚଳଚଞ୍ଚଳ ଥିବ ଅର୍ଥାତ ଛେଳିଟି ସୁସ୍ଥ ଥିବ । ବୋଦା ଚୟନ ଠିକ ଭାବରେ ହେବା ଆବଶ୍ୟକ । କାରଣ ବୋଦାକୁ ହାଫ ଅଫ ହର୍ଡ କୁହାଯାଏ । ତେଣୁ ଭଲ ବୋଦାକୁ ଯଦି ରଖାଯାଏ, ତେବେ ପ୍ରଜନନ ହେବା ପରେ ପରବର୍ତ୍ତୀ ଅବସ୍ଥାରେ ଯେଉଁ ଛୋଟ ଛେଳି ଛୁଆ ଜନ୍ମ ହେବ ତାହା ଭଲ ଓ ହୁଷ୍ଟପୃଷ୍ଟ ହୋଇ ଜନ୍ମ ହେବ ଏବଂ ଭଲ ଓଜନର ହେଲେ ଅଧିକ ଲାଭ ହୋଇପାରିବ । ଉପକୂଳବର୍ତ୍ତୀ ଅଞ୍ଚଳରେ ସାଧାରଣତଃ ବ୍ଲାକ ବେଙ୍ଗଲ ପ୍ରଜାତିର ଛେଳି ଦେଖାଯାଇଥାଏ । ଭଲ ବୋଦା ରଖିଲେ ଏହି ବ୍ଲାକ ବେଙ୍ଗଲ ବ୍ରୀଡରୁ ମଧ୍ୟ ଭଲ ଓ ବଡ ଛୁଆ ପାଇପାରିବା । ଗଞ୍ଜାମ ଜିଲ୍ଲାରେ ମଧ୍ୟ ଗଞ୍ଜାମ ବ୍ରୀଡ ରହିଛି ଯାହାକି ବହୁତ ଡେଙ୍ଗା ବ୍ରୀଡ । ଏହାର ବୋଦା ରଖିଲେ ଭଲ ଛେଳି ଛୁଆ ମିଳିପାରିବ । ବଲାଙ୍ଗୀରରେ ମଧ୍ୟ ବଲାଙ୍ଗୀର ବ୍ରୀଡ ରହିଛି । ଓଡିଶା ବାହାରେ ଭଲ ବ୍ରୀଡ ହେଲା- ଯମୁନାପାରୀ, ଗୁଜୁରାଟରେ ମିଳୁଥିବା ଶିରୋଇ ପ୍ରଜାତି ଏବଂ ଉତ୍ତର ପ୍ରଦେଶ ଅଞ୍ଚଳରେ ବିଟାଲ । ବିଟାଲ କ୍ଷୀର ଉତ୍ପାଦନ ମଧ୍ୟ ଦେଇଥାଏ । ଦିନକୁ ପାଖାପାଖି ୨ ରୁ ୩ ଲିଟର କ୍ଷୀର ଦିଅନ୍ତି । ତା ସହିତ ତାଙ୍କ ଶରୀରର ମଧ୍ୟ ଓଜନ ଭଲ ରହିଥାଏ । କୁହାଯାଏ ବୋଦା ହେଉଛି ଗୋଠର ଅଧା । ଭଲ ବୋଦା ଯଦି ରଖାଯାଏ, ତେବେ ଭଲ ଛେଳି ଛୁଆ ମିଳିପାରିବ । ବୋଦାଟି ଚଳଚଞ୍ଚଳ ହେଉଥିବା ଆବଶ୍ୟକ । ବୋଦାର ଉଚ୍ଚତା ଭଲ ହୋଇଥିବା ଦରକାର । ବୋଦାର ବେକ ମଧ୍ୟ ମୋଟା ହୋଇଥିବା ଦରକାର । ପିଠିଟି ଉଚ୍ଚାଳିଆ ରହିଥିବା ସହିତ ସିଧା ରହିଥିବା ଆବଶ୍ୟକ । ଛେଳିର ପଛ ଗୋଡ ଦୁଇଟା ଚଉଡା ରହିଥିବା ଦରକାର । ତେଣୁ ବୋଦା ଯଦି ଶକ୍ତ ରହେ, ବୋଦାର ଚାହାଣୀ ଭଲ ରହିବା ସହିତ ଚଳଚଞ୍ଚଳ ରହିବା ସହିତ ବୋଦା ଯଦି ନଖ ଉପରେ ଛିଡା ହୋଇପାରୁଛି, ତେବେ ଜଣାଯିବ ଯେ ବୋଦାଟି ବହୁତ ଚାଲାକ ଅଛି ଏବଂ ବୋଦାଟିର ମଧ୍ୟ ପ୍ରଜନନ କ୍ଷମତା ଭଲ ରହିଛି । ନିଜ ଅଞ୍ଚଳର ମିଳୁଥିବା ଭଲ ଉଚ୍ଚତାର ଓ ଭଲ ଭିଗରର ବୋଦାକୁ ମଧ୍ୟ ଆଣି ରଖାଯାଇପାରିବ । ( ସୂଚନାର ଉତ୍ସ :ଡଃ ଜିତାଂଶୁ ଶେଖର ମହାନ୍ତି, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ, ଡେରାବିଶ, କେନ୍ଦ୍ରାପଡା ) । ଅଧିକ ସୂଚନା ପାଇଁ ରିଲାଏନ୍ସ ଫାଉଣ୍ଡେସନର ଟୋଲ-ଫ୍ରି ହେଲ୍ପଲାଇନ ନମ୍ବର 1800-419-8800 ରେ ମାଗଣାରେ ଯୋଗାଯୋଗ କରନ୍ତୁ ।

Goat,Goatery,Breed,Livestock,Veterinary,Meat,Black Bengal,Beetal,Sirohi,Ventilation,Window,ଛେଳି,ବୋଦା,ଛେଳି ପାଳନ,ଉନ୍ନତ ବୋଦା,goat farming,goat farm,goat farming in india,odisha,odia,goat breeding farm,farming tips,goat breeding,

Post a Comment

0 Comments