Advertisement

Arial view of lord sree jagannath tempule puri (File visual)

Arial view  of lord sree jagannath tempule puri  (File visual) କୋଟି କୈବଲ୍ୟ ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ପ୍ରାଣ ପ୍ରିୟ ଠାକୁର । କିନ୍ତୁ ଆଜିକାର ଏ ଅସଭ୍ୟ ସମାଜର କୁଚକ୍ରି ଗୋଷ୍ଟି ସତେ ଯେମିତି ମହାପ୍ରଭୁ ଙ୍କୁ ବି ଛାଡୁନାହାନ୍ତି। ବାରମ୍ବାର ସରକାରୀ ରୋଷର ଶିକାର ହେଉଛନ୍ତି ମହା ପ୍ରଭୁ । ଆଉ ଏବେ ଆକାଶ ମାର୍ଗରୁ ଆକ୍ରମଣ ର ଆଶଙ୍କା ଧୀରେ ଧୀରେ ଘନେଇ ବାରେ ଲାଗିଛି।

ଶ୍ରୀ ମନ୍ଦିର ଉପର କୁ ମାଡି ଆସୁଛି ବିପଦ ପ୍ରାୟ କିଛି ଦିନ ହେବ ପୁରୀ ଶ୍ରୀ ମନ୍ଦିର ଉପରେ ଏକ ଅଜଣା ଆଲୋକ ଦେଖୁବାକୁ ମିଳୁଛି ଯାହା କୁ ନେଇ ସାରା ପୁରୀ ସହର ରେ ଚାଞ୍ଚଲ୍ୟ ଖେଳି ଯାଇଛି ପ୍ରାୟ କିଛି ଦିନ ହେବ ଶ୍ରୀ ମନ୍ଦିର ଉପରେ ରଙ୍ଗ ବେରଙ୍ଗ ର ଆଲୋକ ଦେଇ ଏକ ରହସ୍ୟ ମୟ ବସ୍ତୁ ଟିଏ ଉଡିବା ର ଦେଖାଯାଉଛି । ଯାହା କି ଏବେ ବୁଦ୍ଧିଜୀବି ମହଲ ରେ ଚିନ୍ତାର ବିଷୟ ପାଲଟିଛି। କଣ ଏହି ଜିନିଷ କୁଆଡୁ ଆସୁଛି କୁଆଡେ ଯାଉଛି ତାର କିଛି ଠୋସ ଖବର ମିଳିପାରୁ ନାହିଁ । କେବଳ ରଙ୍ଗ ବେରଙ୍ଗ ର ଆଲୋକ କୁ ଦେଖି ଯାହା ଠଉରେଇବା କଥା । ଯଦି ଏହି ବସ୍ତୁ ଟି drone ହୋଇଥାଏ ତାହେଲେ ଶ୍ରୀ ମନ୍ଦିର ଉପର କୁ ଯେ ଘୋର ବିପଦ ମାଡି ଆସୁଛି ବୋଲି ଅନୁମେୟ କରାଯାଇ ପାରେ । ତେବେ ଏହା ସନ୍ଧ୍ୟା 7 ଟା ରୁ ରାତି 9 ଟା ଭିତରେ ମନ୍ଦିର ଉପରେ ଦୃଶ୍ୟମାନ ହେଉଛି ବୋଲି କିଛି ଲୋକ ମତ ଦେବା ସହ ଏହି ବସ୍ତୁ ଟିର ଫୋଟୋ ମଧ୍ୟ ଉତୋଳନ କରିଛନ୍ତି । ତେବେ ପ୍ରଶ୍ନ ଉଠେ କି ଦିନ ସମୟରେ ଏହି ବସ୍ତୁ ଟି ଦୃଶ୍ୟ ମାନ ହେଉ ନଥିବା ବେଳେ କେବଳ ରାତିରେ ହିଁ ଦେଖା ଯାଉଚି । ଏହାର କାରଣ କଣ ?
ହୁଏତ କେହି ଜଣେ ଚଞ୍ଚକତା କରି ଲୋକଲୋଚନ ରୁ ନିଜକୁ ଦୂରେଇ ରଖିବା ପାଇଁ ରାତ୍ରି ଅନ୍ଧକାର ର ଫାଇଦା ନେଉଥାଇ ପାରେ ।
ଯଦି ଶ୍ରୀ ମନ୍ଦିର ଇତିହାସ କୁ ଅବଲୋକନ କରାଯାଏ ତେବେ ବାରମ୍ବାର ଆକ୍ରମଣ ର ଶିକାର ହେଇଛି ଶ୍ରୀ ମନ୍ଦିର କେତେ ବେଳେ କଳାପାହାଡ଼ ତ ଆଉ କେତେ ବେଳେ ମୋଗଲ ବିଭିନ୍ନ ସମୟ ରେ ବିଭିନ୍ନ ଆକ୍ରମଣକାରୀ ଙ୍କ ଆକ୍ରମଣ ର ଶିକାର ହୋଇଛି ଶ୍ରୀମନ୍ଦିର ତେବେ ସେମିତି କିଛି ବିପଦ ମାଡି ଆସୁଛି କି ଶ୍ରୀ ମଂଦିର ଉପର କୁ କୌଣସି ବାହ୍ୟ ଶତ୍ରୁ ଶ୍ରୀ ମନ୍ଦିର କୁ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରୁଛି କି ଏହାର ଉତ୍ତର କିଏ ଦବ ?
ଆଗରୁ ମଧ୍ୟ ଶ୍ରୀ ମନ୍ଦିର ଉପରେ drone ଉଡ଼ିଛି । ଏବଂ ଉଡେଇ ଥିବା ଲୋକ ମଧ୍ୟ ଧରା ପଡିଛି। କିନ୍ତୁ ଏତେ ସବୁ ଘଟଣା ଘଟିବା ପରେ ବି ପ୍ରଶାସନ ଆଜି ନିଦ୍ରା ରେ । ଏହାର କାରଣ କଣ ହୋଇପାରେ ? ଜାଣିଶୁଣି ଉର୍ନତି କରିବା ଆଳ ରେ ଶ୍ରୀ ମନ୍ଦିର କୁ ଆଉ କାହା ହାତ କୁ ଟେକି ଦିଆ ଯାଇନିତ ? ଏ ପ୍ରଶ୍ନ ର ଉତ୍ତର ତ କେବଳ ସମୟ କହିବ।
ସୋସିଆଲ ମେଡିଆ ରେ ଭାଇରାଲ ହୋଇଥିବା ଏହି ଫୋଟୋ ଓ ଫୋଟୋ ଟିକୁ ଉତ୍ତୋଳନ କରିଥିବା ବ୍ୟକ୍ତି ଏବଂ କିଛି ବୁଦ୍ଧିଜୀବୀଙ୍କ ମନରେ ଉଠି ଥିବା ଆଶା ଆଶଙ୍କା ଉପରେ ଏହି ରିପୋର୍ଟ ଟି ପର୍ଯ୍ୟବେସିତ ।

visual)

Post a Comment

0 Comments